ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୫ା୧୦: ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଗତ ଏପ୍ରିଲ୍‌ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିଥିଲା। ଏବେ ତାଲିବାନ୍‌ ଶାସିତ ଆଫଗାନିସ୍ତାନ ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ତାଲିବାନ୍‌ ସରକାର ଯଥାଶୀଘ୍ର ସମ୍ଭବ କୁନାର ନଦୀରେ ଡ୍ୟାମ୍‌ ନିର୍ମାଣ କରି ପାକିସ୍ତାନକୁ ଜଳପ୍ରବାହ ସୀମିତ କରିବାକୁ ଯୋଜନା କରିଛି। ଆଫଗାନିସ୍ତାନର ସୁପ୍ରିମ ଲିଡର ମାଲାଓ୍ବି ହିବାତୁଲ୍ଲା ଅଖୁନ୍ଦଜାଦା ଏଭଳି ନିର୍ଦ୍ଦେଶ ଦେଇଥିବା କାଯର୍ର୍‌ୟକାରୀ ଜଳ ମନ୍ତ୍ରୀ ମୁଲ୍ଲା ଅବଦୁଲ ଲତିଫ୍‌ ମନ୍‌ସୁର କହିଛନ୍ତି। ସେ Xରେ ଲେଖିଛନ୍ତି, ନିଜ ଦେଶରେ ପ୍ରବାହିତ ନଦୀଜଳକୁ ପରିଚାଳନା କରିବା ଅଧିକାର ଆଫଗାନ୍‌ର ରହିଛି। ନଦୀବନ୍ଧ ନିର୍ମାଣ କୌଣସି ବିଦେଶୀ ସଂସ୍ଥା ନୁହେଁ ଘରୋଇ କମ୍ପାନୀ କରିବ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ମାସରେ ୨ ଦେଶ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ଶତାଧିକ ନିହତ ହୋଇଥିଲେ।

 

Dharitri – The Largest & Most Trusted Odia Daily

\