ବିମାନ ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀରେ ପହଞ୍ଚିଲେ ଆଫଗାନ୍‌ ବାଳକ

ନୂଆଦିଲ୍ଲୀ,୨୩ା୯(ପି.ଟି.): ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି। କେଏଏମ୍‌ ଏୟାରଲାଇନ୍ସର ଆର୍‌କ୍ୟୁ-୪୪୦୧ ବିମାନରେ ୨ ଘଣ୍ଟାର ଯାତ୍ରା ପରେ ସେ ରବିବାର ସକାଳ ୧୧ଟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ଏୟାରପୋର୍ଟ କର୍ମଚାରୀମାନେ ବାଳକଙ୍କୁ ଧରିନେଇ ସିଆଇଏସ୍‌ଏଫ୍‌ ଯବାନଙ୍କ ଜିମା ଦେଇଥିଲେ। ସେମାନେ ତାଙ୍କୁ ୩ ନମ୍ବର ଟର୍ମିନାଲକୁ ନେଇ ପଚରାଉଚରା କରିବାରୁ ସେ ଲୁଚିଛପି କାବୁଲ ବିମାନବନ୍ଦରରେ ପ୍ରବେଶ କରିଥିବା କହିଥିଲେ। କୌତୂହଳ କାରଣରୁ ସେ ବିମାନର ରିଅର ସେଣ୍ଟ୍ରାଲ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ଜେରା ପରେ ସେହି ବିମାନରେ ତାଙ୍କୁ ଆଫଗାନିସ୍ତାନ ପଠାଇ ଦିଆଯାଇଥିଲା।

Share