ହସ୍ପିଟାଲରେ ଥିଲେ ନବଜାତ ଶିଶୁ, ହେଲା ଭୂମିକମ୍ପ, ନର୍ସ କଲେ ଏମିତି, ଦେଖନ୍ତୁ ଭିଡିଓ…

ଆସାମ,୧୫।୯: ରବିବାର ସନ୍ଧ୍ୟାାରେ ଉତ୍ତର-ପୂର୍ବ ଭାରତ ଏବଂ ସଂଲଗ୍ନ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ଯୋଗୁଁ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଭୟରେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଲେ, ତେବେ ଆସାମର ନାଗାଓଁ ଜିଲାର ଏକ ଘରୋଇ ହସ୍ପିଟାଲର ଦୁଇ ନର୍ସ ଏପରି କିଛି କରିଛନ୍ତି, ଯାହା ଲୋକଙ୍କୁ ଭାବପ୍ରବଣ କରିଦେଇଛି। ପ୍ରକୃତରେ ଭୂମିକମ୍ପ ହୋଇଥିବା ଜାଣିବା ମାତ୍ରେ, ଉଭୟ ନର୍ସ ନିଜ ଜୀବନ ବିଷୟରେ ଚିନ୍ତା ନକରି ତିନି ଜଣ ନବଜାତ ଶିଶୁଙ୍କୁ ଧରିପକାଇଥିଲେ। ଆଦିତ୍ୟ ହସ୍ପିଟାଲର ନର୍ସମାନଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କୋଠା ଥରିବା କ୍ଷଣି ସେମାନେ ନବଜାତ ଶିଶୁଙ୍କୁ ସୁରକ୍ଷା ଦେଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓରେ, ଦୁଇଜଣ ନର୍ସ ଏକ ଚେୟାରରେ ବସିଥିବାର ଦେଖାଯାଉଛି। କୋଠା ଥରି ଉଠିବା ମାତ୍ରେ ସେମାନେ ଉଠି ନବଜାତ ଶିଶୁଙ୍କ ଉପରେ ହାତ ରଖିଛନ୍ତି।

Share
Tags: National