ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଶନିବାର ଓ୍ବେଲ୍କମ୍ ହୋଟେଲ୍ଠାରେ ‘ଫେମିନା ଆଚିଭର୍ସ-୨୦୨୫’ ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଏସ୍ଏନ୍ଏମ୍ ଗ୍ରୁପ୍ର ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ସୋଆର କୁଳପତି ପ୍ରଦୀପ୍ତ କୁମାର ନନ୍ଦ, ଅଭିନେତା ଅମୋଲ ପରାଶର ପ୍ରମୁଖ ଅନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ପ୍ରାୟ ୨୫ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରାଯାଇଥିଲା। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀଙ୍କୁ ‘ଏକ୍ସଲେନ୍ସ ଇନ୍ ପବ୍ଲିଶିଂ’ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ସେହିପରି କ୍ରୀଡ଼ାକ୍ଷେତ୍ରରେ ଶ୍ରାବଣୀ ନନ୍ଦ, ନୃତ୍ୟରେ ଇଲିଆନା ଚିତାରିସ୍ତି, ସମାଜସେବା କ୍ଷେତ୍ରରେ ଡ. ଶ୍ରୁତି ମହାପାତ୍ର, କଳାକ୍ଷେତ୍ରରେ ଅଭିନେତ୍ରୀ ଅର୍ଚ୍ଚିତା, ସଙ୍ଗୀତରେ ଅନ୍ତରା ଚକ୍ରବର୍ତ୍ତୀ, ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ରାଜକୁମାରୀ ମୃଣାଳିକା ଭଞ୍ଜଦେଓଙ୍କ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ଆଓ୍ବାର୍ଡ ଗ୍ରହଣ କରିଥିଲେ।