ବାବ୍ରି ମସ୍‌ଜିଦ୍‌ ମାମଲାରେ ଆଡଭାନୀଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ,୨୪।୭: ୧୯୯୨ ବାବ୍ରି ମସ୍‌ଜିଦ୍‌ ବିଧ୍ୱଂସ ମାମଲାରେ ଶୁକ୍ରବାର ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି। ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସିବିଆଇ ସ୍ବତନ୍ତ୍ର କୋର୍ଟରେ ସେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି। ଦୀର୍ଘ ସାଢ଼େ ୪ଘଣ୍ଟା ଧରି ଏହି ଶୁଣାଣି ଚାଲିଥିଲା। ଏହି ସମୟରେ ଆଡଭାନୀଙ୍କୁ କୋର୍ଟ ୧୦୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚାରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅଯୋଧ୍ୟା ବାବ୍ରି ମସ୍‌ଜିଦ୍‌ ବିଧ୍ୱଂସରେ ଜଡ଼ିତ ମାମଲାରେ ୯୨ବର୍ଷୀୟ ଆଡଭାନୀଙ୍କ ନାମ ସାମିଲ ରହିଛି।