କଟକ,୨୫।୧୧: CMC ସ୍ବାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ମଙ୍ଗଳବାର କଟକ ବିଡ଼ାନାସୀ ଅଞ୍ଚଳରେ ବଡ଼ ଧରଣର ଚଢାଉ କରାଯାଇଛି। କ୍ଷୀରରେ ଅପମିଶ୍ରଣ ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ମୋବାଇଲ ଭ୍ୟାନ୍ରେ ଆସୁଥିବା କ୍ଷୀର ସହ ସମସ୍ତ ଦୁଗ୍ଧଜାତୀୟ ଖାଦ୍ୟର ଯାଞ୍ଚ କରିଛନ୍ତି। ଏପରିକି ଅଧିକାରୀମାନେ ବିଡ଼ାନାସୀରେ ଥିବା ଏକ ବେକରୀ ସପରେ ଚଢାଉ କରି ଯାଞ୍ଚ କରିଥିବା ଜଣାପଡିଛି।