ଗଞ୍ଜାମ,୬।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଙ୍ଗଳବାର ଆରମ୍ଭ ହୋଇ ଥିବା ଆଡୁ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ନାଗେଶ୍ୱର ରାଓଙ୍କ ରାଉଳ ସାହି ଟିମ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚରେ ପଣ୍ଡା ସାହି ସହ ରାଉଳ ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉଳ ସାହି ବାଜି ମାରି ଚମ୍ପିୟାନ ହୋଇଥିବା ବେଳେ ପଣ୍ଡା ସାହିକୁ ଉପବିଜେତା ଘୋଷଣା କରାଯାଇଥିଲା । ମୋଟ ୮ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଗଞ୍ଜାମ ସହରରେ ତିନି ବର୍ଷ ଧରି ଏହି ଖେଳ ଟୋର୍ନାମେଣ୍ଟ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେଉଥିଲା । ଏହାକୁ ବଞ୍ଚାଇବା ପାଇଁ ବରିଷ୍ଠନାଗରିକ ପରିଷଦ ଜ।ରି ରଖିଛି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତ୍ରିନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଉପସଭାପତି ଅରୁଣ କୁମାର ପଣ୍ଡା, ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, କୋଷାଧକ୍ଷ ବିପ୍ର ଚରଣ ମହାପାତ୍ର, ବ୍ରଜ ସୁନ୍ଦର ପାଣିଗ୍ରାହୀ, ଲିଙ୍ଗରାଜ ପଟ୍ଟନାୟକ, ଗୌରୀ ଶଙ୍କର ପାଢ଼ୀ, ଶରତ ଦାସ, ମଙ୍ଗରାଜ ପଣ୍ଡା,ବସନ୍ତ ସାବତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।