୧୮ ଦୋକାନ ଭାଙ୍ଗିଲା ପ୍ରଶାସନ

ଦିଗପହଣ୍ଡି,୩ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକରେ ବେଆଇନ ଭାବେ ଦୀର୍ଘଦିନ ଧରି ଏନ୍‌ଏସି ଜମିକୁ ଜବରଦଖଲ କରି ଉଠା ଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି।

ପୂର୍ବରୁ ସ୍ଥାନୀୟ ଏନ୍‌ଏସି ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ସମ୍ପର୍କରେ ଅବଗତ କରାଯିବା ସହ ନୋଟିସ ମଧ୍ୟ କରାଯାଇଥିଲା। ଏନ୍‌ଏସି କାଉନସିଲ ସଭାର ସର୍ବ ସମ୍ମତ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମପୁର ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଦିଗପହଣ୍ଡି ପୋଲିସ ଟିମ୍‌ ଓ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ରହି ପୁରୁଣା ସିନେମା ହଲ ସମ୍ମୁଖ ଏବଂ ଚିକିଟି ରୋଡ଼ ପୂର୍ବ ଦିଗ ରାସ୍ତାକଡରେ ଥିବା ସର୍ବମୋଟ ୧୮ଟି ଅସ୍ଥାୟୀ ଦୋକାନ ଗୁହଗୁଡ଼ିକୁ ହିଟାଚି ମେସିନ ସାହାଯ୍ୟରେ ଭଙ୍ଗା ଯାଇଥିଲା। ଏନଏସି ପ୍ରଶାସନ ତରଫରୁ ଉକ୍ତ ଜମିରେ ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ବ୍ୟବସାୟୀ ମାନଙ୍କୁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।