କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ ତେନ୍ଦୁଲକର ଫିଡ଼ର ସେଣ୍ଟର ନେଟ୍ସ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତଃ ଜିଲା ୧୪ବର୍ଷରୁ କମ୍ କ୍ରିକେଟରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ। ଫେବୃଆରୀ ୯ରୁ ଭୁବନେଶ୍ୱରର କିଟ୍ସ ଷ୍ଟାଡିଅମର ଆୟୋଜିତ ନେଟ୍ସରେ ସେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ବୋଲି ଜିଲା କ୍ରୀଡ଼ା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଦିଦେବ କେନ୍ଦୁଝର ଟେଲିଫୋନ୍ ଏକ୍ସଚେଞ୍ଜ ନିକଟରେ ରହୁଥିବା ବେଳେ ପିତା ସତ୍ୟନାରାୟଣ ସାହୁ ଓ ମାତା ଶଶୀକଳା ସାହୁ। ସେ ସେଣ୍ଟ ଜାଭିଅର ସ୍କୁଲରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଫେମସ କ୍ଲବ୍ରୁ ସେ ନିୟମିତ ଖେଳୁ ଥିବାବେଳେ ଦୀପକ କୁମାର ମୁଖିଙ୍କ ପ୍ରଶିକ୍ଷଣ ଓ ଗିରିଶ ଚନ୍ଦ୍ର ହୋତାଙ୍କ ପ୍ରେରଣାରେ ଅଭ୍ୟାସ ଦୈନିକ କରିଥାନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ଭବିଷ୍ୟତରେ ଅଧିକ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ କାମନା କରିଛନ୍ତି।