ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତରେ ଆଦି ସେବା କେନ୍ଦ୍ରର ଉଦ୍ଘାଟିତ ହୋଇଛି। ଏଥିରେ ସରପଞ୍ଚ ଅମିତା ପ୍ରଧାନ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜାଗୃତି କାର୍ଯ୍ୟାଳୟର ଧ୍ରୁବ ଚରଣ ନାୟକ ଯୋଗଦେଇଥିଲେ। ଏହି କେନ୍ଦ୍ରଟି ଗ୍ରାମବାସୀଙ୍କ ପାଇଁ ଏକ ସିଙ୍ଗଲ-ୱିଣ୍ଡୋ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଯେଉଁଠି ସରକାରୀ ଯୋଜନା, ସାମାଜିକ କଲ୍ୟାଣ ଓ ବିଭିନ୍ନ ସହାୟତା ସମ୍ବନ୍ଧୀୟ ସୂଚନା ସହଜରେ ମିଳିବ ବୋଲି କୁହାଯାଇଛି। ଆଦିବାସୀ ଓ ପଛୁଆ ବର୍ଗର ଲୋକଙ୍କୁ ସହାୟତା ପ୍ରଦାନରେ ଗୁରୁତ୍ୱ ଦେବ ବୋଲି ଉପସ୍ଥିତ ଲୋକଙ୍କୁ କୁହାଯାଇଛି। ସରକାରୀ କଲ୍ୟାଣ ଯୋଜନା ସମ୍ବନ୍ଧୀୟ ସୂଚନା ଓ ସହାୟତା, ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକା ସୁଯୋଗ ସମ୍ବନ୍ଧୀୟ ପରାମର୍ଶ ସମେତ ଯୁବକ ଓ ସ୍ବୟଂସହାୟକ ଗୋଷ୍ଠୀଙ୍କ ପାଇଁ କ୍ଷମତା ବିକାଶ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ଏହି ପଦକ୍ଷେପକୁ ସ୍ବାଗତ କରି ଆଗାମୀଦିନରେ ଆଦି ସେବା କେନ୍ଦ୍ର ଦ୍ୱାରା ଗ୍ରାମରେ ସତ୍ୟ ସାର୍ଥକ ପରିବର୍ତ୍ତନ ଓ ସଶକ୍ତୀକରଣ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟ, ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।