ବନ୍ଦ ହେଲା ADEOଙ୍କ ଦରମା, ଜାଣନ୍ତୁ କ’ଣ ପାଇଁ…

କଟକ,୨୩।୧୦: କଟକ ଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଟକ ଜିଲା ୬ଟି ବ୍ଲକର ସମସ୍ତ ପଞ୍ଚାୟତ ADEO(Assistant Development Extension Officer)ଙ୍କ ୩ ମାସର ଦରମା ବନ୍ଦ କରିଛନ୍ତି।

ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର, ଟାଙ୍ଗୀ ପଞ୍ଚାୟତ ADEOଙ୍କ ଅକ୍ଟୋବରରୁ ଡିସେମ୍ବର ମାସର ଦରମା ବନ୍ଦ କରାଯାଇଛି। ADEOଙ୍କ ପ୍ରଦର୍ଶନ ଭଲ ନ ଥିବା ଦର୍ଶାଇ ଜିଲାପାଳ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।