ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଦୀପ କୁମାର ସାମଲଙ୍କ ଅଧ୍ୟକ୍ଷତା କରି ଆଇନର ବିଭିନ୍ନ ଦିଗରେ ଉପରେ ସଚେତନତା କରିଥିଲେ। ଏହା ସହିତ ସମସ୍ତେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଏସ୍ଡିଜେଏମ ପ୍ରୀତିଶ କୁମାର ରଥ, ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ତାଲୁକ ଆଇନ ସେବା କମିଟିର ସଭ୍ୟ ମନୋଜ କୁମାର ପାଢ଼ୀ, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏସ. ଶ୍ୟାମକୁମାର ରାଓ, ଗ୍ରାସୀମ ଇଣ୍ଡଷ୍ଟ୍ରିଜର ଫାଇନାନ୍ସ ହେଡ୍ ବିଜୟ ବ୍ରହ୍ମା ଓ ଏଚ୍ଆର ହେଡ୍ ନିରୋଜ ପଟ୍ଟନାୟକ ଓ ପିଆର ସୁସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।