ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା ଯୋଗଦେଇ ୮୫ ଗୋଟି ବିଭିନ୍ନ ପ୍ରକାର ଅଭିଯୋଗ ଓ ସମସ୍ୟାର ଶୁଣାଣି କରି ସଙ୍ଗେ ସଙ୍ଗେ ୨୦ଟି ଅଭିଯୋଗର ଫଇସଲା କରିଥିବାବେଳେ ଅନ୍ୟ ଅଭିଯୋଗଗୁଡିକର ତୁରନ୍ତ ଫଇସଲା କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ବିନୋଦକୁମାର ବେହେରା, ଥାନା ଆଇଆଇସି ରାଜେଶ କୁମାର ନାୟକ, ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟା ଶାରଳା ବେହେରା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଏବିଡିଓ ଜୟଶ୍ରୀ ନାୟକ, ଅତିରିକ୍ତ ତହସିଲଦାର କେ.ଦେବାଶିଷ ମହାପାତ୍ର ଯୋଗଦେଇଥିବାବେଳେ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

 

Dharitri – Odisha’s No.1 Odia Daily

 

Share