****DO NOT DELETE: for business life Gautam Adani at his home....Gautam Adani, a tycoon and energy mogul, at home in Ahmedabad, India, May 27, 2011. In an effort to get more energy to the people of India, Adani decided to work around the infrastructure of Mundra and fully fund a new power plant using his own finances and resources. (Ruth Fremson/The New York Times)Redux / eyevine Please agree fees before use. SPECIAL RATES MAY APPLY. For further information please contact eyevine tel: +44 (0) 20 8709 8709 e-mail: info@eyevine.com www.eyevine.com
ବେଙ୍ଗାଲୁରୁ: ଜୁଲାଇ ମଧ୍ୟଭାଗ ସୁଦ୍ଧା ଆଦାନୀ ଗ୍ରୁପ୍ ହାତକୁ ଦେଶର ଆଉ ୩ ବିମାନବନ୍ଦର ଯିବ। ଏହା ମଧ୍ୟରେ ଜୟପୁର, ଗୁଆହାଟୀ ଏବଂ ଥିରୁଭାନନ୍ତପୁରମ ବିମାନ ବନ୍ଦର ସାମିଲ ରହିଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଆଦାନୀ ଏୟାରପୋର୍ଟ ଲିମିଟେଡ୍ ମଧ୍ୟରେ ମଙ୍ଗଳବାର ୩ କନ୍ସେସନ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ବିମାନବନ୍ଦରଗୁଡିକର ଆଗାମୀ ୫୦ ବର୍ଷ ଲାଗି ଅପରେଶନ, ପରିଚାଳନା ଏବଂ ଉନ୍ନତୀକରଣ କାର୍ଯ୍ୟ ଆଦାନୀ କରିବ ବୋଲି ଜଣାପଡିଛି। ଦେଶର ୬ ବିମାନ ବନ୍ଦର ପରିଚାଳନା ଲାଗି ଏହା ବିଡ୍ ହାସଲ କରିଛି। ମାଙ୍ଗାଲୋର, ଲକ୍ଷ୍ନୌ ଏବଂ ଅହମ୍ମଦାବାଦ ବିମାନବନ୍ଦରକୁ କମ୍ପାନୀ ଏବେ ସୁଦ୍ଧା ଅଧିଗ୍ରହଣ କରିଛି। ଏଏଆଇ ପକ୍ଷରୁ ମଙ୍ଗଳବାର ଟୁଇଟ ଯୋଗେ ନୂଆ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଛି। ସରକାରୀ ଏବଂ ଘରୋଇ ସହଭାଗିତା(ପିପିପି) ମୋଡ୍ରେ ଆଉ ୬ ବିମାନବନ୍ଦର ପ୍ରଦାନ କରିବା ଲାଗି ସରକାର ଯୋଜନା ରଖିଛନ୍ତି।