Adani Group Tax Report: ଟିକସ ଦେବାରେ ଆଦାନୀ ଆଗରେ? ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଦେଇଛନ୍ତି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ। ନିsକଟରେ ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି।

Adani Group Tax Report ଏହି ରିପୋର୍ଟରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଏବଂ ଏସଇଜେଡ, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ ଏବଂ ଅମ୍ବୁଜା ସିମେଣ୍ଟ୍ସ ସମେତ ସାତଟି ତାଲିକାଭୁକ୍ତ ସଂସ୍ଥାର ଟିକସ ଅବଦାନକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ବ୍ୟତୀତ, ଆଦାନୀ ଗ୍ରୁପ ମାଲିକାନାରେ ଥିବା NDTV, ACC ଏବଂ ସାଂଘି ଇଣ୍ଡଷ୍ଟ୍ରିଜର ଟିକସ ତଥ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

Adani Group Tax Report ଏନେଇ ଆଦାନୀ ଗ୍ରୁପର ଅଧ୍ୟକ୍ଷ କହିଛନ୍ତି ଯେ ସୱଚ୍ଛତା ହେଉଛି ଦୀର୍ଘକାଳୀନ ଅଭିବୃଦ୍ଧି ଏବଂ ବିଶ୍ୱାସର ଚାବିକାଠି। ସୱଚ୍ଛତା ହେଉଛି ବିଶ୍ୱାସର ମୂଳଦୁଆ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଦାନୀ ଗ୍ରୁପର ପ୍ରତ୍ୟକ୍ଷ, ପରୋକ୍ଷ ଏବଂ ଅନ୍ୟାନ୍ୟ ଅବଦାନ ବିଷୟରେ ବିସ୍ତୃତ ସୂଚନା ଟିକସ ସୱଚ୍ଛତା ରିପୋର୍ଟରେ ଦିଆଯାଇଛି। ପ୍ରତ୍ୟେକ କମ୍ପାନୀର ୱେବସାଇଟରେ ସମ୍ପୂର୍ଣ୍ଣ ଟିକସ ରିପୋର୍ଟ ଉପଲବ୍ଧ।