Adani Enterprises said its subsidiary AMG Media Networks Ltd has acquired a 50.50 per cent stake constituting equity shares of IANS India Pvt Ltd | Reuters
ନୂଆଦିଲ୍ଲୀ,୧୬।୧୨: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନିଙ୍କ ମିଡ଼ିଆ ଗ୍ରୁପ ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା।
ତେବେ ଏହି ଚୁକ୍ତି ମାତ୍ର ୫.୧୦ ଲକ୍ଷ ଟଙ୍କାରେ ହୋଇଥିବା ସୂଚନା ମିଳିଛି। ଏହି ଅଧିଗ୍ରହଣ ପରେ କମ୍ପାନୀ ଏବେ ଆଦାନି ମିଡ଼ିଆ ଗ୍ରୁପ ଏଏମଏନଏଲର ସହଯୋଗୀ ସଂସ୍ଥା ହୋଇଛି। ଏହି ଚୁକ୍ତି ଅନୁଯାୟୀ ଡିସେମ୍ବର ୧୫ରେ ଆଦାନୀକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି।
ଫଳରେ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ ଅର୍ଥାତ ଏଣିକି ଆଇଏଏନଏସ ଆଦାନୀ ଗ୍ରୁପର ଏକ ସବସିଡାରୀ ବା ଶାଖା କମ୍ପାନି ଭାବେ ପରିଗଣିତ ହେବ । ଏହା ସହିତ ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ। ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ବ ଏଏମଏନଏଲର ନିୟନ୍ତ୍ରଣରେ ରହିବ।
ଗତ ବର୍ଷ ମାର୍ଚ୍ଚରେ, ଆଦାନୀ ଏନଡିଟିଭି (କ୍ୱିଣ୍ଟିଲିୟନ ବିଜନେସ୍ ମିଡିଆ) ଅଧିଗ୍ରହଣ ସହିତ ମିଡିଆ ବ୍ୟବସାୟରେ ପ୍ରବେଶ କରିଥିଲେ। ଯାହା ବ୍ୟବସାୟ ତଥା ଆର୍ଥିକ ସମ୍ବାଦ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଈଛ ପ୍ରାଇମ୍ ପରିଚାଳନା କରେ। ଏହା ପରେ, ଡିସେମ୍ବରରେ, ବ୍ରଡକାଷ୍ଟର ଏନଡିଟିଭି ର ପ୍ରାୟ ୬୫ ପ୍ରତିଶତ ଅଂଶଧନ କିଣିଲା।