ଆଖିବୁଜିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଅନିଲ ନାଇଡୁଙ୍କ ପରଲୋକ ଘଟିଛି। ସେ ଅନେକ ବିଜ୍ଞାପନରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ଅମିତାଭ ବଚ୍ଚନଙ୍କ ଫିଲ୍ମ ପା’ ଏବଂ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ମିଶନ ମଙ୍ଗଲ ଏବଂ ପ୍ୟାଡ୍‌ମ୍ୟାନ୍‌ର ସହ-ନିର୍ମାତା ଥିଲେ। ଅନିଲ ନାଇଡୁ ଏକ ଭିଡିଓ ଏଡିଟର୍‌ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଦେଶର ଅନେକ ଲୋକପ୍ରିୟ ବିଜ୍ଞାପନ ଚଳଚ୍ଚିତ୍ର ସଂପାଦନ କରିଥିଲେ। ସେ ନିଜର ଏକ ପ୍ରଡକ୍ସନ ହାଉସ ଖୋଲି ସ୍ବାଧୀନ ଭାବରେ ସମସ୍ତ ବିଜ୍ଞାପନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ସମ୍ପାଦନା କରିଥିଲେ। ଚଳଚ୍ଚିତ୍ର ଜଗତର ଅନେକ ସେଲିବ୍ରିଟି ଅନିଲ ନାଇଡୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ହୋପ ପ୍ରଡକ୍ସନ୍ସରେ ଅନିଲ ଇଂଲିଶ୍‌ ଭିଙ୍ଗଲିଶ, ଶମିତାଭ, ଡିୟର୍‌ ଜିନ୍ଦେଗୀ, କି ଏବଂ କା, ପ୍ୟାଡ୍‌ମ୍ୟାନ୍‌ ଏବଂ ମିଶନ ମଙ୍ଗଲରେ କାର୍ଯ୍ୟ କରିଥିଲେ।