Categories: HomeHome Left

୬୨ ବର୍ଷ ବୟସରେ ‘ଦ୍ୱିତୀୟ ବିବାହ’ କରିବେ ଏହି ଅଭିନେତା, ୧୦ ବର୍ଷ ସାନ ଅଭିନେତ୍ରୀଙ୍କୁ… 

ମୁମ୍ବାଇ: ବୟସ ହେଲାଣି ୬୨। ହେଲେ ବିବାହ କରିବାକୁ ମନ ବଳାଇଛନ୍ତି ଭେଟେରାନ ଅଭିନେତା ସଞ୍ଜୟ ମିଶ୍ରା। କେବଳ ସେତିକି ନୁହେଁ ନିଜଠାରୁ ୧୦ ବର୍ଷ ସାନ ଅଭିନେତ୍ରୀଙ୍କ ସେ ହାତ ଧରିବେ। ଏନେଇ ଜଣାପଡ଼ିବା ପରେ ପ୍ରଶଂସକ ଚକିତ ହୋଇଛନ୍ତି। ଅଭିନେତ୍ରୀ ଜଣଙ୍କ କିଏ ତାହା ଜାଣିବା ଲାଗି ଉତ୍ସୁକତା ବଢ଼ିଛି।
ଯଦି ଆପଣ ଭାବୁଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ଜୀବନରେ ଘଟୁଛି ତେବେ ତାହା ଭୁଲ। କାରଣ ସେ ତାଙ୍କ ଆଗାମୀ ଫିଲ୍ମ‘ଦୁର୍ଲଭ ପ୍ରସାଦଙ୍କ ଦୁସରି ଶାଦି’ରେ ସେଭଳି ଏକ ଚରିତ୍ରରେ ନଜର ଆସିବେ। ଫିଲ୍ମର ଫାଷ୍ଟ ଲୁକ୍‌ ଜାରି କରାଯାଇଛି। ଏହାକୁ ଦେଖି ପ୍ରଶଂସକ ବେଶ ଖୁସିବ୍ୟକ୍ତ କରୁଛନ୍ତି।
ଏକଦା ସଞ୍ଜୟ ମିଶ୍ରା ସପୋର୍ଟିଂ ଭୂମିକାରେ କାମ କରୁଥିଲେ। ହେଲେ ଏବେ ତାଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ମହିମା ଚୌଧୁରୀ ସ୍କ୍ରିନ ଶେୟାର କରିବେ। ଖୁବ୍‌ଶୀଘ୍ର ଫିଲ୍ମଟି ପରଦାକୁ ଆସିବ ବୋଲି ନିର୍ମାତା ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

Share