ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ ଚ଼ାଳକ ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମର ଶକ୍ତି ବେହେରା(୧୭) ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଊଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମ୍ପୃକ୍ତ ଚାଳକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ବିକାଶ ପଣ୍ଡା କହିଛନ୍ତି।
ସୂଚନା ମୁତାବକ , ପୂର୍ବାହ୍ନରେ ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମର ଶକ୍ତି ବେହେରା(୧୭) ନାମକ ଯୁବକ ମୋହନାରୁ ଅମୂଲରେ ତିଆରି ସାମଗ୍ରୀ ନେଇ ଏକ ଏକ୍ଟିଭା ଗାଡ଼ି ଓଆର ୦୭ଏନ ୪୯୬୫ ଯୋଗେ ଚନ୍ଦ୍ରଗିରି ଯିବା ବେଳେ ମାଣିକପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ୧୦ ଚ଼କିଆ ଟ୍ରକ ରାସ୍ତା ପାର୍ଶ୍ଵରେ ପାର୍କିଂ କରିଥିବା ବେଳେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ଟ୍ରକର ପଛ ପଟକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଗାଡ଼ି ଚାଳକ ଗୁରୁତର ହୋଇଥିଲେ।