ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଣିଟାଙ୍କି ତଳେ ଘେରି ଯାଇଛନ୍ତି ଗାଁ ଲୋକେ। ସ୍ତ୍ରୀ , ବୋହୂ ଏବଂ ନାତୁଣୀଙ୍କୁ ହତ୍ୟା ପରେ ରମେଶ ଗରିଆ ଫେରାର୍‌ ମାରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ପାଣିଟାଙ୍କିରୁ ଡେଇଁ ଦେବାର ଭୟଥିବାରୁ ଅଗ୍ନିଶମ ବାହିନୀକୁ ଡକାଯାଇଛି।

Dharitri – Odisha’s No.1 Odia Daily

Share