ସୋନପୁର,୪l୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ନିକଟସ୍ଥ ଝିଙ୍କିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ରାସ୍ତା ପାଶର୍ବରେ ଛିଡ଼ା ହୋଇଥିବା ଟାଟା ୱିଙ୍ଗର ଭ୍ୟାନ(ନଂ ଓଡ଼ି୩୧କେ – ୮୯୧୪)କୁ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଅଜଣା ହାଇୱା ଧକ୍କା ଦେଇଥିଲା l
ଫଳରେ ଭ୍ୟାନ ଭିତରେ ବସିଥିବା ୨୦ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି l ଆହତଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିଲେ l ୫ ଜଣ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ l ସୋନପୁର ଅଗ୍ନିଶମ ବାହିନୀର ଟିମ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସୋନପୁର ଥାନା ସାଗରପାଲି ଅଞ୍ଚଳରୁ ଲୋକମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ଜଣାପଡିଛି।