ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । କାର୍ ମଧ୍ୟରେ ଥିବା ସମସ୍ତ ବେଲୁନ ଫାଟି ଯିବାରୁ ପାଳସାହି ପଞ୍ଚାୟତର ବେତାଳିଗାଁ ଅଞ୍ଚଳର ୪ ଯୁବକ ସାମାନ୍ୟ ଆଘାତ ପ୍ରାପ୍ତ ହୋଇ ରକ୍ଷା ପାଇଛନ୍ତି ।
ସୂଚନାନୁସାରେ, ଯୁବକମାନେ ଶନିବାର ରାତିରେ ଆରଡି ଆଡୁ ଦୃତ ବେଗରେ ଏକ କାର ଚଳାଇ ଆସୁଥିଲେ। ରାସ୍ତାର ଥିବା ଟର୍ଣ୍ଣିଂ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେବା ସହ ଏକ ଛୋଟ ଗଛକୁ ମଧ୍ୟ ବାଡେଇଥିଲା। ଫଳରେ ବିଦ୍ୟୁତ୍ ଖୁଣ୍ଟ ସହ ଗଛଟି ରାସ୍ତାରେ ପଡି ଯାଇଥିଲା । କାରଟିର ଆଗ ଚକ ବାହାରି ଯିବା ସହ ଏହାର ବିଭିନ୍ନ ଅଂଶ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ରାସ୍ତାର ୨ ପାଶର୍ବରେ ବିଭିନ୍ନ ଯାନ ଅଟକି ରହିଥିଲା । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ବିଦ୍ୟୁତ ଖୁଣ୍ଟି ଉଠାଇ ଯାନବାହନ ଚଳାଚଳକୁ ସ୍ବଭାବିକ କରାଇଥିଲେ ।
Dharitri – Odisha’s No.1 Odia Daily