ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ମୁଖ୍ୟ ରାସ୍ତାର ଲାଠୀପଡ଼ା ଠାରେ ଶୁକ୍ରବାର ରାତିରେ ଏକ ବାଇକ ଗାଡି ଦୁର୍ଘଟନାଗ୍ରସ୍ତ ହୋଇଛି। ଏଥିରେ ତତାବାଲି ଗ୍ରାମର ନାରାୟଣ ନାୟକ ଗୁରୁତର ହୋଇଛନ୍ତି। ସେହି ସମୟରେ ରାସ୍ତାରେ ପାଟ୍ରୋଲିଂ କରୁଥିବା ସୋରଡ଼ା ଥାନା ଅଧିକାରୀ ସୁନୀଲ ପ୍ରଧାନ ଦେଖିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ଏଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ତତାବାଲି ଗ୍ରାମର ନାରାୟଣ ନାୟକ ଶୁକ୍ରବାର ସାରେ ବଡ ଭଉଣୀ ଘର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବରଙ୍ଗକୁ ନିଜ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ଲାଠିପଡ଼ା ନିକଟରେ ନାରାୟଣଙ୍କ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏ ନେଇ ଥାନା ଅଧିକାରୀ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର ଚିକିତ୍ସା ପାଇଁ ମେଡିକାଲକୁ ନେଇଥିଲେ।
Dharitri – Odisha’s No.1 Odia Daily