ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ରାଜକିଶୋର ସ୍ବାଇଁ(୩୫) ଏବଂ ଆହାତ ଜଣକ ହେଲେ ତାଙ୍କ ସହପାଠୀ ତପନ କୁମାର ମହାନ୍ତି(୩୪)।

ମଙ୍ଗଳବାର ସକାଳେ ପାଟପୁର ଥାନା ମାମଲା ନଂ.୫୨୭/୨୫ ଅନୁଯାୟୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ଭୁବନେଶ୍ୱରର ଦୁଇ ସାଙ୍ଗ ଏକ ହୋଣ୍ଡା ସାଇନ ବାଇକ ନଂ.( ଓଡି ୩୩ ଏୟୁ – ୪୧୬୨) ଯୋଗେ ଗତ ଦିନ ପୂର୍ବେ ଗଜପତି ଜିଲା ଆର୍‌. ଉଦୟଗିରି ନିକଟ ମହେନ୍ଦ୍ରଗିରି ପାହାଡକୁ ବୁଲିବାକୁ ଆସିଥିଲେ। ସୋମବାର ଅପରାହ୍ନରେ ଭୁବନେଶ୍ୱର ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଷ୍ଟିଲ ରେଲିଙ୍ଗରେ ପିଟି ହୋଇଯାଇଥିଲେ ଘାଟି ରାସ୍ତାରେ ଗୁରୁତର ଆହାତ ହୋଇ ପଡ଼ିଥିବା ଉଭୟଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଉପସ୍ଥିତ ଡାକ୍ତର ରାଜକିଶୋରଙ୍କୁ ମୃତ ଘୋଷଣା କରିଥିବା ବେଳେ ତପନଙ୍କୁ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଏନେଇ ପାଟପୁର ପୋଲିସ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିଥିଲେ। ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ଟିମ୍‌ ପହଞ୍ଚି ରାଜକିଶୋରଙ୍କ ମୃତଦେହ ଜବତ କରିଥିବା ବେଳେ ମଙ୍ଗଳବାର ସକାଳୁ ମୃତଦେହସ୍‌କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ

Dharitri – Odisha’s No.1 Odia Daily

ପଠାଯାଇଥିଲା।