ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ ଶହ ମିଟର  ପର୍ଯ୍ୟନ୍ତ ଘୋଷାଡି ନେଲା ଟ୍ରକ୍‌। ମୃତକ ହେଲେ କୁମାରକେଲି ଗାଁ ର ଶରତ ମହାପାତ୍ର(୫୩) ବୋଲି ଜଣାପଡିଛି।
ସୁଚନାନୁସାରେ, ସୋନପୁର ପଟୁ ସ୍କୁଟି ଯୋଗେ ଶରତ ଆସୁଥିବାବେଳେ ପଛ ପଟୁ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଟି ଛିଟିକି ପଡ଼ିଥିଲା। ହେଲେ  ତାଙ୍କ ହାତଟି ଟ୍ରକ ବର୍ଣ୍ଣଟରେ ଲଟକି ଯାଇଥିଲା। ଟ୍ରକଟି ତାଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିବାବେଳେ ଲୋକ ଅଟକାଇବାକୁ ଡ୍ରାଇଭର ଗାଡ଼ି ଛିଡ଼ା କରି ଫେରାର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
Dharitri – Odisha’s No.1 Odia Daily