ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ପୋଲର ବାଡକୁ ଧକ୍କା ଦେବାରୁ ପୋଲର ବାଡ଼ ଭାଙ୍ଗି ଯାଇ ତଳକୁ ପଡ଼ିଯାଇଥିଲା। ତେବେ ତଳେଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।