ଭଦ୍ରକ,୧।୧୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର ପଞ୍ଚାୟତର ଗଡେଇବିନ୍ଧା ଗ୍ରାମର ଜଣେ ଯୁବକଙ୍କ ଟ୍ରାକ୍ଟର ଧକ୍କାରେ ଶନିବାର ରାତିରେ ମୃତତ୍ୟୁ ଘଟିଛି। ସେ ହେଲେ ଅଭିଷେକ ମହାଳିକ, (୨୨ ବର୍ଷ) ରାତିରେ ଏକ ଟ୍ରାକ୍ଟର ଖଳାକୁ ବେଙ୍ଗଳା ପକାଇବାକୁ ଯାଉଥିବା ବେଳେ ଅଭିଷେଙ୍କୁକୁ ଧକ୍କା ଦେଇଥିଲା। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସାସ୍ତ୍ୟ କେନ୍ଦ୍ରକୁ ପଠାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।