ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକ କୃତ୍ତିବାସପୁର ଅଞ୍ଚଳର ସୁମନ୍ତ ନାୟକଙ୍କର ମୃତ୍ୟୁ ଘଟିଛିି ।
ଘଟଣାରୁ ପ୍ରକାଶ ଯେ, ଆମ୍ବସରମୁଣ୍ଡାରୁ ଆଠମଲ୍ଲିକ ଅଭିମୁଖେ ଲକ୍ଷ୍ମୀ ବସ ନଂ(ଓ ୧୯ ୱାଇ ୦୭୦୧ ) ଆସୁଥିବା ବେଳେ ଠାକୁରଗଡରୁ ଆମ୍ବସରମୁଣ୍ଡା ଅଭିମୁଖେ କୋରିୟର ନେଇ ଏକ ବାଇକ ନମ୍ବର ଓଡି ୧୯ ଆର ୮୪୨୮ରେ ସୁମନ୍ତ  ଯାଉଥିବା ବେଳେ ଦିନବନ୍ଧୁ ନିକଟରେ ମୁହାଁମୁହିଁ ଧକା ହୋଇଥିଲା । ଫଳରେ ଘଟଣାସ୍ଥଳରେ  ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇଁ ଠାକୁରଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟି ଜବତକରି ଏକ ମାମଲା ରୁଜୁ କରିଛି।
Dharitri – Odisha’s No.1 Odia Daily