ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ସ୍କୁଟି-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସାନଖେମୁଣ୍ଡି ବ୍ଲକ ଗାଙ୍ଗପୁର ପଞ୍ଚାୟତ ୨ୟ ଢେପାଗୁଡ଼ା ଗ୍ରାମର ଦମ୍ପତିି ମୃତ୍ୟୁବରଣ କରୁଛନ୍ତି। ମୃତକଦ୍ବୟ ହେଲେ ପ୍ରତାପ ମଲ୍ଲିକ(୩୫) । ତାଙ୍କ ସ୍ତ୍ରୀ ଲଳିତା ପାଇକ(୩୦)। ପ୍ରାୟ ୩ ବର୍ଷର ଶିଶୁ ଆହାତ ହୋଇଥିବା ଜଣାପଡ଼ିଛି। ସ୍ତ୍ରୀ ଲଳିତା ପ୍ରାୟ ୮ ମାସର ଗର୍ଭବତୀ ଥିବାରୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆର. ଉଦୟଗିରର ସୁନୀଲ ଦଳାଇ ବାଇକ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ସ୍କୁଟି ସହ ବାଇକର ଧକ୍କା ହୋଇଥିଲା। ସେମାନେ ରାସ୍ତାକଡରେ ଛିଟକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରତାପ ଏବଂ ଲଳିତାଙ୍କୁ ମୃତ ଘୋଷଣା କରିଥିଲେ। ଆହାତ ସୁନୀଲ ଏବଂ ଶିଶୁଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦିଗପହଣ୍ଡି ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ି ୨ଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି। ସେହିପରି ପୋଲିସ ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଶନିବାର ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ବୋଲି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।