ମୋହନା,୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ମଙ୍ଗଳବାର ରାତିରେ ଏକ ହିଟାଚି ମେଶିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭର ମୃତ ହୋଇଥିବା ସହ ଦୁଇ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ଟି ପାହାଡ଼କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆର ଉଦୟଗିରି, ରାୟଗଡ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରମାନଙ୍କୁ ପ୍ରଥମେ ଖଜୁରିପଦା ମେଡିକାଲ ଓ ପରେ ପାରଳାଖେମୁଣ୍ଡି ସ୍ଥାନାନ୍ତର କରିଥିବା ଥାନା ପାଖରୁ ସୂଚନା ମିଳିଛି। ମୃତକଙ୍କ ପରିଚୟ ମିଳି ପାରିନି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।