ଆନନ୍ଦପୁର,୨୩।୧୧(ସୁଶାନ୍ତ କୁମାର ସାହୁ ): ୨୦ ନମ୍ବର ରାଜ ପଥରେ ସକାଳୁ ସକାଳୁ ଦୁର୍ଘଟଣା ଘଟିଛି, ଟ୍ରାଭେଲରକୁ ପିଟିଛି ଟ୍ରକ। ଏଥିରେ ୭ ଗୁରୁତର ହୋଇଥିବା ବେଳ ସେମାନଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଆନନ୍ଦପୁର ଉପଖଣ୍ଡ ପୁରୁଣୀଆ ଗ୍ରାମର କିଛି ଲୋକ ଭୋରୁ ଭୋରୁ ଗ୍ରାମରୁ ବାହାରି ଏକ ଟ୍ରାଭେଲର ଯୋଗେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଯାଉଥିଲେ । ଘରୁ ବାହାରି ହସନପୁରୁ ଟୋଲଗେଟ ପାର ହୋଇ ଯିବା ପରେ ମଛାଳ ନିକଟରେ ପଛପଟୁ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ଦେଇ ଦୃତ ବେଗରେ ପଳାଇଥିଲା । ଖବରପାଇ ଘସିପୁରା ପୋଲିସ, ଘସିପୁରା ଅଗ୍ନିଶମ ବାହିନୀ ୭ ଜଣ ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଥିମଧ୍ୟରୁ ୨ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ରେ ୪ ଦିନ ହେବ ଲଗାତର ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Dharitri – Odisha’s No.1 Odia Daily