ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ ବୃଦ୍ଧିର ପ୍ରଭାବ ପଡ଼ିବା ସମ୍ଭାବନା ରହିଥିବାବେଳେ ବର୍ତ୍ତମାନଠାରୁ ଏସିର ଚାହିଦା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ଶେଷ ବେଳକୁ ମୂଲ୍ୟ ୧୫ରୁ ୨୦% ପର୍ଯ୍ୟନ୍ତ ବଢ଼ିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ମାର୍କେଟରେ କପର, ଆଲୁମିନିୟମର ମୂଲ୍ୟ ଉଲ୍ଲେଖନୀୟ ଭାବେ ବଢ଼ିବା ସହ କଞ୍ଚାମାଲର ମୂଲ୍ୟ ବଢ଼ିବା ଓ ପେଣ୍ଟ୍ ପ୍ଲାଷ୍ଟିକ୍ ଭଳି ଉତ୍ପାଦ ପ୍ରତ୍ୟକ୍ଷ ଭାବେ ମୂଲ୍ୟ ବୃଦ୍ଧି ହୋଇଛି। ଏହାର ପ୍ରଭାବ ମଧ୍ୟ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପରେ ଦେଖିବାକୁ ମିଳୁଛି। ଏହି ବର୍ଷ ଏସି ଷ୍ଟାର ରେଟିଂ ପରିବର୍ତ୍ତନ ହେବାକୁ ଯାଉଥିବାରୁ କମ୍ପାନୀର ଉତ୍ପାଦନ ଖର୍ଚ୍ଚ ବଢ଼ିବାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ଦରବୃଦ୍ଧି ସମୟରେ ରାଜ୍ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ କମ୍ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମହାସେଲ୍ ଘୋଷଣା କରିଛି। ବିଭିନ୍ନ କମ୍ପାନୀର ଏସିରେ ଭରପୂର ଶୋ’ରୁମ୍ରୁ ଗ୍ରାହକମାନେ କିଣିବାର ସୁଯୋଗ ପାଇବେ । ନଗଦ ଭାବେ ନ ଦେଇ ସବୁଠୁ କମ୍ ଡାଉନ୍ମେଣ୍ଟରେ ୦% ସୁଧ ଓ ସହଜ କିସ୍ତିରେ ଗ୍ରାହକମାନେ ଏସି କିଣିବାର ଲାଭ ଏବେ ନେଇପାରିବେ।
ଏହି ପରିପ୍ରେକ୍ଷୀରେ ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ପ୍ରକାଶ କୁମାର ବିଶାଳ କୁହନ୍ତି, ଏସି ଏକ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ । ତେଣୁ ଖରାଦିନ ଆସିବା ପୂର୍ବରୁ ଗ୍ରାହକମାନେ ବର୍ତ୍ତମାନ ମୂଲ୍ୟରେ ଏସି କିଣି ଘରେ ଲଗାଇବ ସହ ଖରାଦିନେ ତାତିରୁ ଆରାମ ପାଇପାରିବେ ବୋଲି ସେ ମତ ଦେଇଛନ୍ତି। ରାଜ୍ ଇଲେକ୍ଟ୍ରୋନିକ୍ସ କେଉଁ ଘର ପାଇଁ କି ପ୍ରକାର ଏସି ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଶୋ’ରୁମ୍ରେ ଅଭିଜ୍ଞ ସେଲ୍ସମ୍ୟାନ୍ ସଚେତନ କରାଉଛନ୍ତି। ତେଣୁ ଦରବୃଦ୍ଧିକୁ ଅପେକ୍ଷା ନ କରି ଗ୍ରାହକମାନେ ଏବେ ରାଜ୍ ଇଲେକ୍ଟ୍ରୋନିକ୍ସରୁ ସୁଲଭ ମୂଲ୍ୟରେ ସବୁ ନାମୀଦାମୀ ବ୍ରାଣ୍ଡ୍ର ଏସି କିଣିବାର ସୁଯୋଗ ନେବେ ବୋଲି ବିଶ୍ବାଳ ଆଶାବ୍ୟକ୍ତ କରିଛନ୍ତି ।