ଗୁଆହାଟୀ,୨୫ା୧- ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯାଇଥିବା ତୃତୀୟ ଟି୨୦ କ୍ରିକେଟ୍ ମ୍ୟାଚ୍ରେ ଭାରତୀୟ ଓପ୍ନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୪ ବଲ୍ରେ ୫ ଚୌକା ଓ ୪ ଛକା ବଳରେ ୫୧ ରନ୍ କରିଥିଲେ। ଏହା ଭାରତୀୟ ବ୍ୟାଟରଙ୍କ ଲାଗି ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରେ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ।
ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ପୂର୍ବତନ ଭାରତୀୟ ଅଲ୍ରାଉଣ୍ଡର ତଥା ଅଭିଷେକଙ୍କ ମେଣ୍ଟର ଯୁବରାଜ ସିଂଙ୍କ ନାମରେ ରହିଛି। ସେ ୨୦୦୭ ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ୧୨ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ, ଯେଉଁଥିରେ ଗୋଟିଏ ଓଭରରେ ୬ ଛକା ସାମିଲ ଥିଲା।