ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ ଦଳକୁ ଆଶ୍ଚର୍ଯ୍ୟ ଚକିତ କରି ଅଭିଷେକ ଚେନ୍ନାଇ ମଇଦାନରେ ଏକ ଚମତ୍କାର ଇନିଂସ ଖେଳି ଅନେକ ଉପଲବ୍ଧି ନିଜ ନାମରେ କରିଛନ୍ତି।
ବାମହାତୀ ଓପନର୍ ଅଭିଷେକ ଶର୍ମା ଜିମ୍ବାୱେ ବୋଲରଙ୍କ ବଲ୍କୁ ନିର୍ଧୁମ ଛେଚିଥିଲେ। ସେ ମାତ୍ର ୩୦ ବଲ୍ରୁ ୫୫ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।
Ind Vs Zim LIVE Score: ଭାରତକୁ ପ୍ରଥମ ସଫଳତା, ଉଇକେଟ ନେଲେ ଅକ୍ଷର ପଟେଲ
ବିଶେଷ କଥା ହେଉଛି, ସେ ନିଜ ଇନିଂସରେ ଯେତିକି ଚୌକା ମାରିଥିଲେ, ସେତିକି ଛକା ମଧ୍ୟ ମାରିଥିଲେ (୪ ଚୌକା ଓ ୪ ଛକା)। ୧୮୩.୩୩ ଷ୍ଟ୍ରାଇକ ରେଟ୍ରେ ବ୍ୟାଟିଂ କରି ଅଭିଷେକ ନିଜ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରର ୯ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଟି-୨୦ ବିଶ୍ୱକପ ଇତିହାସରେ ଏହା ତାଙ୍କର ପ୍ରଥମ ଫିଫ୍ଟି ପ୍ଲସ ସ୍କୋର।
ଅଭିଷେକ କେବଳ ବ୍ୟକ୍ତିଗତ ସ୍କୋର କରିନାହାନ୍ତି, ବରଂ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ ମଧ୍ୟ କରିଛନ୍ତି। ସଞ୍ଜୁ ସାମସନଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ସେ ୪୮ ରନ ଯୋଡ଼ିଥିଲେ, ଯାହା ଚଳିତ ବିଶ୍ୱକପ୍ରେ ଭାରତର ସର୍ବାଧିକ ଓପନିଂ ପାର୍ଟନରଶିପ। ସେହିଭଳି ସଞ୍ଜୁଙ୍କ ପରେ ଇଶାନ କିଷାନଙ୍କ ସହ ମିଶି ସେ ୭୨ ରନର ଦମଦାର ଭାଗିଦାରୀ କରିଥିଲେ। ଏଥିସହ ସୂର୍ଯ୍ୟକୁମାରଙ୍କ ସହ ମଧ୍ୟ ସେ ୩୦ ରନର ଯୋଡ଼ିଥିଲେ।