ଅହମ୍ମଦାବାଦ୍,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୨୧ ବଲ୍ରେ ୫୨ ରନ କରିଥିଲେ। ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ୨୫୫ ରନ କରିଥିଲା ଏବଂ ଶେଷରେ ୯୬ ରନ୍ରେ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଭିଷେକଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ସେ ଫାଇନାଲ ମ୍ୟାଚ୍ରେ ନିଜର ନୁହେଁ, ଅନ୍ୟ କାହାର ବ୍ୟାଟ ସହିତ ଖେଳୁଥିଲେ।
ଟି୨୦ ବିଶ୍ୱକପ ଫାଇନାଲରେ ବିଜୟୀ ହେବା ପରେ ଅଭିଷେକ କହିଛନ୍ତି, ସେ ଫାଇନାଲରେ ଶିବମ ଦୁବେଙ୍କ ବ୍ୟାଟରେ ବ୍ୟାଟିଂ କରିଥିଲେ। ସକାଳେ ମୁଁ ଅନୁଭବ କରିଥିଲି ଯେ, ମୋତେ କିଛି ଭିନ୍ନ ଚେଷ୍ଟା କରିବା ଉଚିତ। ଗିଲ ମୋ ସହିତ ନ ଥିଲେ, ତେଣୁ ମୁଁ ଦୁବେଙ୍କ ପାଖକୁ ଯାଇ ତାଙ୍କ ବ୍ୟାଟ ନେବାକୁ କହିଥିଲି।
ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲି କହିଦେଲେ ଏମିତି: ଦେଶରେ ହେଉଛି ଚର୍ଚ୍ଚା
ଅଭିଷେକ ଟି-୨୦ ବିଶ୍ୱକପ ଫାଇନାଲରେ ମାତ୍ର ୧୮ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖେଳାଳି ୨୦୨୬ ଟି-୨୦ ବିଶ୍ୱକପ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ, ସାମସନଙ୍କ ସହ ମିଶି ୯୮ ରନ୍ର ପାର୍ଟନରସିପ କରିଥିଲେ, ଯାହା ଭାରତର ଟାଇଟଲ ବିଜୟର ମୂଳଦୁଆ ପକାଇଥିଲା। ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ ଅଭିଷେକ ଟି-୨୦ ବିଶ୍ୱକପ୍ରେ ମାତ୍ର ୧୭.୬ ହାରରେ ୧୪୧ ରନ କରିଥିଲେ। ସେ ତିନି ଥର ଶୂନ୍ୟ ରନ୍ରେ ଆଉଟ ହୋଇଥିଲେ। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କର ବ୍ୟାଟିଂ ହାର ସବୁଠାରୁ କମ ଥିଲା। ଟାଇଟଲ ମୁକାବିଲାରେ ଅଭିଷେକ ନିଜର ଦକ୍ଷତା ପ୍ରମାଣିତ କରିଥିଲେ ଏବଂ ମ୍ୟାଚ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।