ନୂଆଦିଲ୍ଲୀ,୨୨।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଚମତ୍କାର ବ୍ୟାଟିଂ କରି ଅଭିଷେକ ଶର୍ମା ମାତ୍ର ୨୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଚାରୋଟି ଚୌକା ଏବଂ ଚାରୋଟି ଛକା ମାରି ଯୁବରାଜ ସିଂଙ୍କ ଏକ ପ୍ରମୁଖ ରେକର୍ଡ ଭାଙ୍ଗି ଦେଇଛନ୍ତି। ଟି-୨୦ରେ ଭାରତ ପାଇଁ ସର୍ବାଧିକ ଛକା ମାରିବା ମାମଲାରେ ସେ ବର୍ତ୍ତମାନ ଯୁବରାଜ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି। ଯୁବରାଜ ସିଂ ଟି-୨୦ରେ ୭୪ ଛକା ମାରିଥିଲେ।
ଏହା ଉଲ୍ଲେଖନୀୟ ଯେ, ଅଭିଷେକ ବହୁତ କମ୍ ଇନିଂସରେ ଯୁବରାଜଙ୍କୁ ପଛରେ ପକାଇଛନ୍ତି। ଯୁବରାଜ ୫୧ ଇନିଂସରେ ୭୪ ଟି-୨୦ ଛକା ମାରିଥିଲେ। ଅଭିଷେକ ମାତ୍ର ୩୩ ଟି-୨୦ ଇନିଂସରେ ଏହି ସଂଖ୍ୟା ଅତିକ୍ରମ କରିଛନ୍ତି। ଏହା ସହିତ, ଅଭିଷେକ ଭାରତ ପାଇଁ ଟି-୨୦ରେ ସର୍ବାଧିକ ଛକା ମାରିବା ତାଲିକାରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି। କେଏଲ ରାହୁଲ ୯୯ ଛକା ସହିତ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ଅଭିଷେକଙ୍କ ପରବର୍ତ୍ତୀ ଲକ୍ଷ୍ୟ କେଏଲ ରାହୁଲଙ୍କ ରେକର୍ଡ ଭାଙ୍ଗିବା । ଅଭିଷେକ ତାଙ୍କ ୬’ ମାରିବା କ୍ଷମତା ପାଇଁ ଜଣାଶୁଣା।
ରୋହିତ ଶର୍ମା – ୨୦୫ ଛକା (୧୫୧ ଇନିଂସ)
ସୂର୍ଯ୍ୟକୁମାର ଯାଦବ – ୧୫୬ ଛକା (୯୪ ଇନିଂସ)
ବିରାଟ କୋହଲି – ୧୨୪ ଛକା (୧୧୭ ଇନିଂସ)
ହାର୍ଦ୍ଦିକ ପାଣ୍ଡ୍ୟା – ୧୦୬ ଛକା (୯୮ ଇନିଂସ)
କେଏଲ ରାହୁଲ – ୯୯ ଛକା (୬୮ ଇନିଂସ)
ଅଭିଷେକ ଶର୍ମା – ୮୧ ଛକା (୩୩ ଇନିଂସ)