ଅନନ୍ୟ ପ୍ରତିଭା ଦେଖାଇଲେ ଅଭିଜିତ-ପ୍ରୀତିଶଙ୍କର

ଗୁଣପୁର, ୨/୨(ସଂକେତ ପାତ୍ର):ଗୁଣପୁର ଗାନ୍ଧୀ ବିଶ୍ୱବିଦ୍ୟାଳୟର ଯାନ୍ତ୍ରିକ (Mechanical Engineering) ବିଭାଗର ତୃତୀୟ ବର୍ଷର ଦୁଇ ଜଣ ଛାତ୍ର ଅଭିଜିତ ନାରାୟଣ ସେଠୀ ଓ ପ୍ରୀତିଶଙ୍କର ପଣ୍ଡା (୨୦ ବର୍ଷ) ଏକ ଅନନ୍ୟ ଓ ପ୍ରେରଣାଦାୟକ ପ୍ରୟାସ ଆରମ୍ଭ କରିଛନ୍ତି। ଆଚାର୍ଯ୍ୟ ପ୍ରଶାନ୍ତ ତ୍ରିପାଠୀଙ୍କ ଶିଷ୍ୟ ଭାବେ ପରିଚିତ ଏହି ଦୁଇ ଛାତ୍ର ତାଙ୍କ ଲିଖିତ ପୁସ୍ତକମାନଙ୍କ ମାଧ୍ୟମରେ ନୀତିଦିନିଆ ଜୀବନର ସତ୍ୟତା, ମନୁଷ୍ୟ ଜୀବନର ଦୁଃଖର ମୂଳ କାରଣ ଓ ସତ୍ୟ ପଥରେ ଚାଲିବାର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଛନ୍ତି।

ଗୁଣପୁର କଲେଜ ନିକଟରେ ସ୍ଥାପିତ ଏହି ପୁସ୍ତକ ଷ୍ଟଲ ସମ୍ପର୍କରେ ଛାତ୍ରମାନେ କହିଛନ୍ତି ଯେ, ଏହା କୌଣସି ବ୍ୟବସାୟିକ ଉଦ୍ଦେଶ୍ୟରେ ନୁହେଁ, ବରଂ ସଂସ୍କାର ଓ ଜୀବନମୂଲ୍ୟକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବା ହେଉଛି ଏହାର ପ୍ରଧାନ ଲକ୍ଷ୍ୟ। ବିକ୍ରି ନୁହେଁ, ଜାଗୃତି ଏହି ମୂଳ ମନ୍ତ୍ରକୁ ଆଧାର କରି ସେମାନେ ନିଜ ପ୍ରୟାସ ଜାରି ରଖିଛନ୍ତି। ଯୁବ ପିଢ଼ିର ଏପରି ସକାରାତ୍ମକ ଚିନ୍ତାଧାରା ଓ ସାମାଜିକ ଦାୟିତ୍ୱବୋଧ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ମିଳୁଛି।

 

Dharitri – Odisha’s No.1 Odia Daily

 

 

Share