Categories: Home Leftଖେଳ

ଅମିର ନେଗେଟିଭ୍‌‌, ପାକିସ୍ତାନ ଦଳରେ ଯୋଗଦେବ

କରାଚୀ, ୨୪।୭ (ପି.ଟି.)-କରୋନା ଭାଇରସ୍‌ ପାଇଁ ପାକିସ୍ତାନର ବାମହାତୀ ପେସ୍‌ ବୋଲର ମହମ୍ମଦ ଅମିରଙ୍କ ହୋଇଥିବା ଦ୍ୱିତୀୟ ଟେଷ୍ଟ ନେଗେଟିଭ୍‌ ଆସିଛି। ଫଳରେ ସେ ଇଂଲଣ୍ଡ ଯାଇ ସେଠାରେ ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ସ୍ପଷ୍ଟ ହୋଇଛି। ଅମିର ବର୍ତ୍ତମାନ କେବଳ ଛୋଟ ଫର୍ମାଟରେ ଖେଳୁଛନ୍ତି॥ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅମିର ଏବଂ ମେସର ମହମ୍ମଦ ଇମ୍ରାନଙ୍କୁ ଯଥାଶୀଘ୍ର ଇଂଲଣ୍ଡ ପଠାଇବାର ବ୍ୟବସ୍ଥା କରିବ। ଡର୍ବିଶାୟାରରେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳ ଟ୍ରେନିଂ କ୍ୟାମ୍ପ ଚାଲିଛି। ସୂଚନାଯୋଗ୍ୟ, ଗତବର୍ଷ ୨୮ବର୍ଷୀୟ ଅମିର ଟେଷ୍ଟ କ୍ରିକେଟରୁ ଆକସ୍ମିକ ଅବସର ଘୋଷଣା କଲେ ଏହା ଦଳର ମୁଖ୍ୟ କୋଚ୍‌ ତଥା ମୁଖ୍ୟ ଚୟନକର୍ତ୍ତା ମିସ୍‌ବା ଉଲ୍‌ ହକ୍‌ଙ୍କ ସମେତ ଅନେକଙ୍କୁ ନୈରାଶ୍ୟ କରିଥିଲା। ଅମିର ଫିଟ୍‌ ରହିବା ସହ ଯଦି ଉପଲବ୍ଧ ହୁଅନ୍ତି ତେବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମନୋନୀତ କରିବା ଉଚିତ୍‌ ବୋଲର ବହୁ ପୂର୍ବତନ ଖେଳାଳି ମତବ୍ୟକ୍ତ କରିଛନ୍ତି। କାରଣ ସେ ଜଣେ ଅଭିଜ୍ଞ ବୋଲର ଏବଂ ଇଂଲିିଶ କଣ୍ଡିଶନରେ ବହୁ ଭଲ ପ୍ରଦର୍ଶନ କରିଛନ୍ତି।