ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସୁନା (୨୦) । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଗାଁରେ ମୃତ୍ୟୁକୁ ନେଇ ଭିନ୍ନ ଆଲୋଚନା ହେଉଛି । ପ୍ରେମ ସମ୍ପର୍କକୁ ନେଇ ମାଡ଼ପିଟ କାରଣରୁ ଏହି ଘଟଣା ଘଟିଥିବା ଗାଁରେ ଆଲୋଚନା ହେଉଛି । ତେବେ ଯୁବକଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ। ବଲାଙ୍ଗୀର ସଦର ଥାନା ପୋଲିସ ଗାଁରେ ପହଞ୍ଚିନଥିବା ଜଣାପଡିଛି l ମୃତ ଯୁବକଙ୍କ ପରିବାର ଲୋକେ ବଲାଙ୍ଗୀର ସଦର ଥାନାକୁ ଆସି ହତ୍ୟା ହୋଇଥିବା ଅଭିଯୋଗ କରି ତଦନ୍ତ କରିବାକୁ କହିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Dharitri – The Largest & Most Trusted Odia Daily