ଭୋଜି ଖାଇବାକୁ ଯାଇଥିଲେ ଯୁବକ, ଗୋଡାଇ ଗୋଡାଇ ହାଣିଲେ…

ଦିଗପହଣ୍ଡି,୩୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରୀ ଗ୍ରାମ ନୂଆ ସାହି ଛକ ନିକଟରେ ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଗୁରୁତର ଆହତ ଯୁବକ ଜଣକ ହେଲେ ପାଟପୁର ଥାନା ଅନ୍ତର୍ଗତ ଡୋଳବ ଗ୍ରାମର ତୋଫାନ ଗୌଡ। ଏହି ମରଣାନ୍ତକ ଆକ୍ରମଣରେ ତୋଫାନଙ୍କ ସାଙ୍ଗ ଶିବ ପ୍ରଧାନ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ପ୍ରକାରେ ତୋଫାନ ଓ ଶିବ ଫାସିଗୁଡା ଗ୍ରାମର ଏକ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ଛଣମେରୀ ଗ୍ରାମର କିଛି ଯୁବକ ସଂଘ ବଦ୍ଧ ଭାବରେ ତୋଫାନଙ୍କୁ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିବା ସହ ଶିବଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତୋଫାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily

Share
Tags: ganjam