ହଠାତ୍‌ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯୁବକ: ଆଉ ତା’ପରେ ଘଟିଲା…

ସଇଁତଳା,୫।୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗିର ଶୁକ୍ରବାର ସକାଳ ସମୟରେ କୌଣସି ଏକ ଟ୍ରେନରୁ ଜଣେ ଯୁବକ ପଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ସଇଁତଳା ଦେଇ ଯାଇଥିବା ସମ୍ବଲପୁର ଟିଟିଲାଗଡ଼ ରେଳ ଲାଇନର ଖୁଣ୍ଟି ନଂ.୭୧୯/୧୬ ସିଲେଟପଡ଼ା ବ୍ରିଜ ନିକଟରେ ଜଣେ ଯୁବକ ପଡ଼ିଥିବାର କିମ୍ୟାନ ଦେଖ ସଇଁତଳା ଷ୍ଟେଶନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଷ୍ଟେଶନ ମାଷ୍ଟର ଜିଆରପିକୁ ଖବର ଦେବାପରେ ଜିଆରପି ଆସି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣକ ଝାଡ଼ଖଣ୍ଡର ସଂଜୟ ବୋଲି ଜଣାପଡ଼ିଥିବାବେଳେ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ସେହିପରି ଯୁବକ ଜଣକ କେଉଁ ଟ୍ରେନରେ ଯାଉଥିବାବେଳେ ଖସି ପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ମଧ୍ୟ ଜଣାପଡ଼ିନାହିଁ।

 

Dharitri – Odisha’s No.1 Odia Daily

 

 

Share