ଉଡାଣ ଭରିବା ପୂର୍ବରୁ ବିମାନ ଡେଣା ଉପରକୁ ଚଢିଗଲେ ଯୁବକ: ତା ପରେ ଘଟିଲା ଏମିତି…

ବିମାନରେ ବସି ରହିଥିଲେ ଯାତ୍ରୀ। ଆଉ କିଛି ମିନିଟ୍‌ ପରେ ଉଡାଣ ଭରିଥାନ୍ତା ବିମାନ। ହେଲେ ଉଡାଣ ଭରିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ହଠାତ୍‌ ବିମାନର ଡେଣା ଉପରକୁ ଚଢିଗଲେ ଜଣେ ଯୁବକ। ପରେ ସେଠାରେ କିଛି ସମୟ ଚାଲିବା ପରେ ଯୁବକ ଜଣକ ବିମାନର ଡେଣା ଉପରେ ବସି ରହିଲେ। ପରେ ପାଇଲଟ ଯୁବକଙ୍କୁ ବିମାନ ଆଡକୁ ଯାଉଥିବାର ଦେଖି କଣ୍ଟ୍ରୋଲ ଟାୱାରକୁ ସୂଚନା ଦେଇଥିଲେ। ସେହି ସମୟରେ ବିମାନରେ ବସିଥିବା ଯାତ୍ରୀମାନେ ଫଟୋ ଉଠାଇଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଶନିବାର ଆମେରିକାର ଲାସ ଭେଗାସ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଯୁବକ ଜଣକ ମାନସିକ ରୋଗରେ ପୀଡିତ ଥିବା କୁହାଯାଉଛି। ଯୁବକଙ୍କ ଏଭଳି କାଣ୍ଡ ଯୋଗୁ ବିମାନ ଉଡାଣ ୪ ଘଣ୍ଟା ବିଳମ୍ବ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ବିମାନକୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା। ସବୁକିଛି ଠିକ ଥିବା ଜଣାପଡିବା ପରେ ଶେଷରେ ବିମାନକୁ ଉଡ଼ିବାକୁ ଅନୁମତି ଦିଆଯାଇଥିଲା।