shadow man with knife on red background
ଲକ୍ଷ୍ନୌ, ୧୧।୯:ଉତ୍ତର ପ୍ରଦେଶ ବରେଲି ଜିଲା ସିଭିଲ୍ ଲାଇନ୍ରେ ଥିବା ଏକ ହୋଟେଲରେ ଜଣେ ଯୁବକ (୩୨) ତାଙ୍କ ପୁରୁଷବନ୍ଧୁ (୩୦)ଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜରିଆରେ ପୁରୁଷବନ୍ଧୁ ଯୁବକଙ୍କୁ ବ୍ଲାକ୍ମେଲ୍ କରୁଥିବା ପୋଲିସ କହିଛି। ସମ୍ପୃକ୍ତ ଦୁଇ ଯୁବକ ବରେଲି ନଗର ନିଗମରେ ଚାକିରି କରିଥିବାବେଳେ ପାଖାପାଖି ବର୍ଷେ ହେବ ସେମାନେ ସମ୍ପର୍କରେ ଆସିଥିଲେ। ଅନେକ ସମୟରେ ଦୁହେଁ ହୋଟେଲ ଯାଇ ରାତି କାଟୁଥିବାବେଳେ ପୁରୁଷବନ୍ଧୁ ଜଣକ ହୋଟେଲ ରୁମ୍ରେ କ୍ୟାମେରା ଖଞ୍ଜି ସେମାନଙ୍କ ଅନ୍ତରଙ୍ଗ ସମୟକୁ କଏଦ୍ କରୁଥିବା ଅଭିଯୋଗ ହୋଇଛି।