ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଘସିପୁରା ଥାନା ବିରଗୋବିନ୍ଦପୁର ଗାଁ ନିକଟରେ ଏକ ୩୩କେଭି ବିଦ୍ୟୁତ ଟାୱାରକୁ ଜଣେ ଯୁବକ ଶୁକ୍ରବାର ଚଢିଯାଇଥିବାର ଦେଖି ଲୋକେ ହୋହଲ୍ଲା କରିବା ସହିତ ପୋଲିସକୁ ଖବର ଦେଇଥିଲେ।

ସୂଚନା ଅନୁଯାୟୀ , ହରିଚନ୍ଦନପୁର ଥାନା ଶଗଡ଼ପଟା ପଞ୍ଚାୟତର ଖଡ଼ିବାହାଳି ଗାଁର ଲୁଲୁ ନାୟକ ନାମକ ଜଣେ ଯୁବକ ପ୍ରେମରେ ଧୋକା ଖାଇବା ପରେ ବିଚଳିତ ହୋଇ ବିରଗୋବିନ୍ଦପୁର ଗାଁରେ ପୂରି ବୁଲୁଥିଲେ। ଗାଁର କିଛି ଲୋକଙ୍କୁ ନିଜ ଦୁଃଖ କହିବା ସହିତ ଜୀବନ ହାରିଦେବେ ବୋଲି ପ୍ରକାଶ କରିଥିଲେ। ତେବେ ଆଜି ସକାଳୁ ଲୁଲୁ ୩୩ kv ବିଦ୍ୟୁତ ଟାୱାରକୁ ଚଢି ଜୀବନ ହାରିବାକୁ ଚେଷ୍ଟା କରୁଥିବାବେଳେ ଲୋକେ ପ୍ରଥମେ ବିଦ୍ୟୁତ ବିଭାଗକୁ ଫୋନ କରି କରେଣ୍ଟ କାଟିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଯୁବକ ଜଣଙ୍କୁ ବୁଝାସୁଝା କରି ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି।

Dharitri – Odisha’s No.1 Odia Daily

Share