Categories: ଜାତୀୟ

ସ୍ବାମୀଙ୍କୁ ଉଦ୍ଧାର କରିବାକୁ ୪୦ ଫୁଟ୍‌ କୂଅରେ ପଶିଲେ ମହିଳା

ଥିରୁଭାନନ୍ଥପୁରମ୍‌,୬।୨: କେରଳର ଏର୍ନାକୁଲମ୍‌ ଜିଲାର ପିରାଭୋମ୍‌ ମ୍ୟୁନିସିପାଲିଟି ଅଞ୍ଚଳରେ ରହୁଥିବା ୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ରାମେସାନ୍‌ ବୁଧବାର ଅପରାହ୍ନରେ ନିଜ ଅଗଣାରେ ଥିବା ଗଛରୁ ଗୋଲମରିଚ ତୋଳୁଥିବା ବେଳେ ପାଖ କୂଅରେ ଖସିପଡ଼ିଥିଲେ।

ସ୍ତ୍ରୀ ପଦ୍ମମ୍‌ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତୁରନ୍ତ ୪୦ ଫୁଟ୍‌ ଗଭୀର କୂଅରେ ପଶିଯାଇଥିଲେ। ସେ ପ୍ରଥମେ ପ୍ଲାଷ୍ଟିକ୍‌ ଦଉଡ଼ି କୂଅକୁ ପକାଇଥିଲେ ମଧ୍ୟ ତାହା କାମ କରି ନ ଥଲା। ଫଳରେ ସେ ଅଗ୍ନିଶମ ବିଭାଗକୁ ଖବର ଦେବା ନିମନ୍ତେ ପଡୋଶୀଙ୍କୁ କହି କୂଅ ମଧ୍ୟକୁ ପଶିଯାଇଥିଲେ।

କୂଅରେ ପ୍ରାୟ ୫ ଫୁଟ୍‌ ଉଚ୍ଚତାର ପାଣି ଥିଲା। ପଦ୍ମମ୍‌ କୂଅ କାନ୍ଥରୁ ନଇଁରହି ସ୍ବାମୀଙ୍କୁ ଛିଡ଼ାହୋଇ ରହିବାରେ ସାହାଯ୍ୟ କରିଥିଲେ ଓ ସାହାଯ୍ୟ ପାଇଁ ଅପେକ୍ଷା କରିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଉଭୟଙ୍କୁ ଦଉଡ଼ି ଓ ଜାଲ ସହାୟତାରେ ଉଦ୍ଧାର କରିଥିଲେ।

ଆହତ ହୋଇଥିବାରୁ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଦ୍ମମ୍‌ଙ୍କ ଦୁଃସାହସିକତାକୁ ସୋସିଆଲ ମିଡିଆରେ ଉଚ୍ଚ ପ୍ରଶଂସା କରାଯାଇଛି। ତାଙ୍କର ତ୍ୱରିତ୍‌ ନିଷ୍ପତ୍ତି ଏବଂ ନିର୍ଭୀକ ପଦକ୍ଷେପକୁ ଅନେକେ ଭୂୟସୀ ପ୍ରଶଂସା କରିଛନ୍ତି।


Share