ପାଟଣା,୧୪।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ନିଶ୍ଚିତପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାନ୍ଥ ପଡ଼ି ଜଣେ ୯ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିଶ୍ଚିତପୁର ଗ୍ରାମର ସନ୍ତୋଷ କୁମାର ନାଏକଙ୍କ ଝିଅ ଖୁଲଣା ସୁନ୍ଦରୀ(୯)।
ମିଳିଥିବା ସୂଚନା ମୁତାବକ, ଖୁଲଣା ସାଙ୍ଗମାନଙ୍କ ସହ ପୋଖରୀ କୂଳରେ ଖେଳୁଥିଲେ। ସେତିକିବେଳେ ଗାଧୁଆ ଘରର କାନ୍ଥ ଭାଙ୍ଗି ଖୁଲଣାଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଳେ। ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।