ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୧୪।୯-ପୁଣି ଥରେ ଜେଡିୟୁର ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ହରିବଂଶ ନାରାୟଣଙ୍କୁ ନିର୍ବାଚିତ କରାଯାଇଛି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
ହରିବଂଶ ନାରାୟଣ ସିଂଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ମୋନଜା ଝା’ଙ୍କୁ ପ୍ରାର୍ଥୀ କରାଯାଇଥିଲା। ମନୋଜ ଆରଜେଡି ଦଳର ସଦସ୍ୟ।