ଓଡ଼ିଶାରୁ ଆସିଲା ଭୟାନକ ଦୁର୍ଘଟଣାର ଭିଡିଓ: ନିଆଁରେ ବାଇକ୍‌କୁ ୨ କିଲୋମିଟର ଘୋଷାଡି ନେଲା କାର୍‌

ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି।  ସେଥିରୁ କେତେକ ଭିଡିଓ ହସର ଖୋରାକ  ଯୋଗାଉ ଥିବାବେଳେ  କେତେକ  ଆଶ୍ଚର୍ଯ୍ୟ କରିଦିଏ।  ବର୍ତ୍ତମାନ ଓଡ଼ିଶାର ଭୁବନେଶ୍ୱରରୁ ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କାର ଡ୍ରାଇଭର ବାଇକ୍‌କୁ ପ୍ରାୟ ଦୁଇ କିଲୋମିଟର  ଘୋଷାଡି ନେଇଛନ୍ତି। ଏହି ଭିଡିଓରେ କାର ଚାରିପାଖରେ ନିଆଁ  ଦେଖାଯାଉଛି।  ପରେ ମଧ୍ୟ ଡ୍ରାଇଭର ଦ୍ରୁତ ଗତିରେ କାର ନେଇ  ଘଟଣାସ୍ଥଳରୁ   ଫେରାର ହୋଇଯାଉଛନ୍ତି।
ଏହି ଭିଡିଓ ଫେବୃଆରୀ ରେ ‘ଏକ୍ସ’ରେ ଶେୟାର କରାଯାଇଥିଲା। ଏହାର କ୍ୟାପଶନରେ ଲେଖା ଅଛି, ‘ହତ୍ୟାକାରୀ କାର ମାଲିକ। ଯଦି ରାସ୍ତାରେ ସ୍ପିଡ୍‌ ବ୍ରେକର୍‌ ଥାନ୍ତା, ତେବେ ଘାତକ କାର ଆଗକୁ ବଢ଼ି ନଥାନ୍ତା। ସ୍ପିଡ ବ୍ରେକରର ଅଭାବ ହେତୁ ଏହି ଅଞ୍ଚଳ ବର୍ତ୍ତମାନ ଏକ ଦୁର୍ଘଟଣା ଜୋନ୍‌ରେ ପରିଣତ ହୋଇଛି।
 ବୁଧବାର ସାରେ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏହି କ୍ଲିପ୍‌ରେ ଦେଖିବାକୁ ମିଳେ ଯେ, କାରଟି ଉତ୍ତରପ୍ରଦେଶର। କାର ଡ୍ରାଇଭର ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି। କାରର ନିୟନ୍ତ୍ରଣ ହରାଇବା ପରେ ସେ ପ୍ରଥମେ ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା।
 ପରେ ସେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ପରେ ବାଇକ୍‌ କାରର ବମ୍ପରରେ ଅଟକି ଯାଇଥିଲା। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାପାଇଁ କାରକୁ ଘୋଷାଡି ନେଇଥିଲା।

 

Share
Tags: video viral