ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ ଅସନଯୋଡା ରାମଦାସ ହାଁସଦା(୩୩) ଓ ଅନ୍ୟ ଜଣେ ଖୁଂଟା ଅଞ୍ଚଳର
ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ କାଳବୈଶାଖୀ ଯୋଗୁ ୧୮ନଂ ଜାତୀୟ ରାଜପଥ ବାରିପଦା-କୁଳିଅଣା ରାସ୍ତା ଅସନଯୋଡ଼ା ଛକରେ ଏକ ଗଛ ପଡିଯିବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେହିପରି ବାରିପଦା-ଉଦଳା ରାସ୍ତା ଖୁଂଟା ଅଞ୍ଚଳରେ ଅନ୍ୟ ଏକ ଘଟଣାରେ ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ଯୋଗୁ ୩ ଜଣ ଗୁରୁତର ହୋଇ ବାରିପଦା ଜିଲା ମୁଖ୍ୟାଳୟରେ ଚିକିତ୍ସାଧିନ ଅଛନ୍ତି ।