ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରଲର ଧକ୍କା ଦେଇଛି। ବସ୍‌ଟି ଯୋଡାରୁ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ନାବାଳକ ସହିତ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ବସ୍‌ଟି ଯୋଡାରୁ ଟାଟାକୁ ଯାଉଥିବାବେଳେ ସୀମାନ୍ତ ଜୟନ୍ତୀଗଡ଼ ଫାଣ୍ଡି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲରଟି ସିଧା ବସ୍‌କୁ ଧକ୍କା ଦେଇଥିଲା। ତେବେ ବସ୍‌ ଡ୍ରାଇଭରର ଉପସ୍ଥିତ ବୁଦ୍ଧି ଯୋଗୁ ରାସ୍ତାକଡରେ ବସ୍‌ଟି ଅଟକି ଯାଇଥିଲା। ଫଳରେ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ତଥାପି ଟ୍ରଲରଟି ବସ୍‌ର ଡ଼ାହାଣ ପାର୍ଶରେ ଧକ୍କା ଦେଇଥିଲା। ଫଳରେ ବସ୍‌ ଝରକା ପାଖରେ ବସିଥିବା ଜଣେ ନାବାଳକ ଓ ଅନ୍ୟ ଜଣେ ଆହତ ହେଇଛନ୍ତି। ଖବରପାଇ ଝାରଖଣ୍ଡ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରିଥିଲେ।

Dharitri – The Largest & Most Trusted Odia Daily

Share
Tags: odisha